New

Post Top Ad

Shubhapallaba online English Portal

Thursday, October 10, 2019

ବଣମଲ୍ଲୀ


କିଛିଦିନ ତଳର ଘଟଣା । ପ୍ରତିଦିନ ପରି ସେଦିନ ମଧ୍ୟ ଭିକାରୁଣୀଟି ତା'ର ନିରାଶ୍ରୟ ଓ ଅଭାବ ଅନାଟନରେ ପ୍ରପୀଡ଼ିତ ଜୀବନ ମଧ୍ୟରେ ଭୋକିଲା ପେଟରେ ଦାନାଟିଏ ଦେବା ଆଶାରେ ରେଳ ଷ୍ଟେସନର ଏକ କୋଣରେ ବସି ଭିକ୍ଷା ବୃତ୍ତି କରୁଥାଏ । ତତସହିତ ପଦୁଟିଏ ଲେଖାଏଁ ଗୀତ ଆବୃତ୍ତି କରି ମନର କଷ୍ଟକୁ ଛାତିରେ ଚାପି ରଖୁଥାଏ । ହେଲେ ଏ ଆଧୁନିକ ଯୁଗରେ କିଏବା ତା' ଗୀତକୁ ଶୁଣୁଛି । ମୋବଇଲ ରେ ହ୍ବାଟ୍ସଆପ୍, ଫେସବୁକ ଭଳି ମନୋରଞ୍ଜନ ଭିତ୍ତିକ ସାମଗ୍ରୀରେ ସମସ୍ତେ ପାଗଳପ୍ରାୟ । କେହି କେହି ତା' ଆକୁଳ ନିବେଦନକୁ ଅଣଦେଖା କରି ଚାଲି ଯାଉଥା'ନ୍ତି ତ ଆଉ କେହି କେହି ତା' ଦାରିଦ୍ର୍ୟତାର କଷ୍ଟକୁ ହୃଦୟଙ୍ଗମ କରି ଭିକ୍ଷାଥାଳିରେ ପଇସାଟିଏ ଦେଇ ଆପଣା ବାଟରେ ଚାଲି ଯାଉଥା'ନ୍ତି ।

ହଠାତ୍ କେହି ଜଣେ ବ୍ଯକ୍ତି ଭିକାରୁଣୀଟିର କଣ୍ଠସ୍ବର ଶୁଣି ପାଖକୁ ଆସି କହିଲେ, ମାଉସୀ ଆପଣତ ବହୁତ ସୁନ୍ଦର ଗୀତ ବୋଲୁଛନ୍ତି । ସେ ବ୍ଯକ୍ତିଙ୍କ କଥା ଶୁଣି ଭିକାରୁଣୀଟିର ଦୁଃଖ ମିଶ୍ରିତ ମୁଖରେ ମୃଦୁ ହସ ଟିକିଏ ଖେଳିଗଲା । ତା'ପରେ ସେହି ଅଚିହ୍ନା ବ୍ୟକ୍ତି ଜଣଙ୍କ କହିଲେ, ମାଉସୀ ଆଉ ଗୋଟିଏ ଗୀତ ଶୁଣାନ୍ତୁ ତ । ଭିକାରୁଣୀଟି ଅନୁରୋଧ ରକ୍ଷାକରି ତା' କୋମଳ କଣ୍ଠରେ ଗୀତଟିଏ ଆବୃତି କରିବା ମୁହୂର୍ତ୍ତରେ, ବ୍ଯକ୍ତି ଜଣଙ୍କ ସେ ଦୃଶ୍ୟକୁ ମୋବାଇଲ୍ ସାହାଯ୍ୟରେ କଏଦ କରି ନେଇଥିଲେ । ଗୀତଟି ତା'ଙ୍କୁ ଭାରି ଭଲ ଲାଗିଲା । ତେଣୁ ସେ ଭିଡିଓଟିକୁ ଫେସବୁକରେ ପ୍ରସାରିତ କରିଦେଲେ ।ଦିନକୁ ଦିନ ଗଣମାଧ୍ୟମରେ ସେହି ଭିଡିଓର ଚାହିଦା ବେଶ୍ ବଢିବାକୁ ଲାଗିଲା । ସମୟ ଆସିଲା, ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ନିମନ୍ତେ ଭିକାରୁଣୀଟିକୁ ନିମନ୍ତ୍ରଣ କରାଗଲା । ମଞ୍ଚରେ ତା' ସୁମଧୁର କଣ୍ଠସ୍ୱରର ପ୍ରତିଧ୍ୱନି ସମସ୍ତଙ୍କୁ ତାଜୁବ୍ କରିଦେଲା । ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସିଲା ଏବଂ ପ୍ରତିଟି ସାମାଜିକ ଗଣମାଧ୍ୟମରେ ସେ ଚର୍ଚ୍ଚିତ ଚେହେରା ରୂପେ ପରିଗଣିତ ହୋଇଗଲେ । କିଛି ସହୃଦୟ ବିଖ୍ୟାତ ବ୍ୟକ୍ତି ବିଶେଷ ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ଏବଂ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀର ସ୍ଥାନ ଦେବାପାଇଁ ପ୍ରତିଶୃତି ମଧ୍ୟ ଦେଲେ । ଚାହୁଁ ଚାହୁଁ ତାଙ୍କ ଜୀବନର ଗତିପଥ ବଦଳିଗଲା । ସାମାଜିକ ପରିବେଶରେ ସେ ବେଶ୍ ପରିଚିତ ହେଲେ ।

ତ ଆପଣମାନେ ଏ ସାରାଂଶରୁ ହୃଦବୋଧ କରି ପାରୁଥିବେ ମୁଁ କାହା ସମ୍ପର୍କରେ ଆଲୋଚନା କରିଛି । ସତରେ, କୋକୀଳ କଣ୍ଠି ରାନୁ ମଣ୍ଡଲ ଦିନେ ବଣମଲ୍ଲୀଟିଏ ପରି ସମାଜ ଆଖିରେ ଅବହେଳିତ ହୋଇ ରହିଯାଇଥିଲେ । ଆଉ ତାଙ୍କୁ ଭିକାରୁଣୀରୁ ଜଣେ ସୁନ୍ଦର କଣ୍ଠଶିଳ୍ପୀର ରୂପ ଦେବା ପଛରେ ଅତିନ୍ଦ୍ର ଚକ୍ରବର୍ତ୍ତୀଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା । ନୋହିଲେ, ବଣମଲ୍ଲୀଟି ସ୍ବପ୍ନରେ ବି କେବେ ଭାବି ନଥିଲା, ଦିନେ ତା' ମହକ ତାକୁ ସାରା ସଂସାରରେ ପରିଚିତ କରାଇଦେବ ।

ତେଣୁ ପ୍ରିୟ ପାଠକ ଗଣଙ୍କୁ ମୋର ବିନମ୍ର ଅନୁରୋଧ, ଆପଣମାନଙ୍କ ଦୃଷ୍ଟି ଆଢୁଆଳରେ ଆସୁଥିବା ପ୍ରତିଟି ବଣମଲ୍ଲୀର ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣି ତା'ର ପ୍ରଚାର ପ୍ରସାର କରିବା ନିମନ୍ତେ ସଂକଳ୍ପବଦ୍ଧ ହେବେ । ତେବେ ଯାଇ ସେମାନଙ୍କ ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ ହୋଇ ପାରିବ ଏବଂ ସେମାନେ ପ୍ରଦୋଷ ସ୍ପର୍ଶରେ ଝଡ଼ି ପଡ଼ିବା ପୂର୍ବରୁ ଆଲୋକର ଆଭାରେ ଝଲସି ଉଠି ସମାଜକୁ ପ୍ରେରଣା ଦେଇ ପାରିବେ ।

1 comment:

  1. PEEKON's Edge Titanium For Sale | Tinted
    sia titanium › Home › PEEKON's Edge Titanium for sale on our website. PEEKON's edge titanium makes its 2020 ford ecosport titanium products easy to use, easy titanium fat bike to use and features the quality of a titanium steel mens titanium wedding rings case 2020 edge titanium

    ReplyDelete

Post Top Ad

Shubhapallaba online English Portal