କର୍ମଠ ଜୀବନ ଅଟେ ମହାଧନ
ପେଟରୁ ହଟାଏ ଭୋକ
ଆରାମରେ ରହି ଶ୍ରମ ନକରିଲେ
ଆଳସ୍ୟ ସାଜେ ବାଧକ
ଆଳସ୍ୟ ଜୀବନ ଦୁଃଖ ଅଟେ ସତେ
ତାକୁ ଆଦର ନକର
କର୍ମକୁ ଆଦରି ଜୀବନ ପଥରେ
ଶ୍ରମକୁ ସାର୍ଥକ କର
ଆଜିର କାର୍ଯ୍ୟକୁ ଏବେ କର ସାଥି
ସେଥିରେ ନକର ହେଳା
ହେଳା କରିଗଲେ ବେଳ ଗଡିଯିବ
ବୁଡିଯିବ ତୁମ ଭେଳା
ପଥ ବହୁଦୂର ଚାଲିବାକୁ ହେବ
ତିଳେ ନହୁଅ କାତର
ପରିଶ୍ରମ ସଦା ସଫଳତା ଦିଏ
ଆଳସ୍ୟକୁ ଦୂର କର
ଝିଣ୍ଟିକା ଟି ଅଟେ ଅଳସୁଆ ବୋଲି
ସଦା ପାଇଥାଏ ଦୁଃଖ
ନିଜ ଜୀବନକୁ ସୁଧାରିବା ପାଇଁ
ପିମ୍ପୁଡ଼ି ଠୁ କିଛି ଶିଖ
ବେଳ ଥାଉ ଥାଉ ଜାଗରତ ହୁଅ
ସମୟ ନକର ନଷ୍ଟ
ସମୟର ମୂଲ୍ୟ ରଖି ନଜାଣିଲେ
ପଥ ହୋଇଯିବ ଭ୍ରଷ୍ଟ
ସାବଧାନ ହୁଅ ସଚେତନ ରୁହ
ଆଳସ୍ୟକୁ କର ନାଶ
ଦ୍ରୁଢ ମନୋବଳେ କର୍ମ କରିଚାଲ
ଦିନେ ହୋଇବ ଆଦର୍ଶ
ଆସ ମୋର ସାଥି ହୋଇବା ଏକାଠି
ଶପଥ ଯେ ଆମେ ନେବା
ଆଳସ୍ୟ ନକରି ପରିଶ୍ରମ ବଳେ
ଦୁନିଆକୁ ଜିଣି ଯିବା
ପେଟରୁ ହଟାଏ ଭୋକ
ଆରାମରେ ରହି ଶ୍ରମ ନକରିଲେ
ଆଳସ୍ୟ ସାଜେ ବାଧକ
ଆଳସ୍ୟ ଜୀବନ ଦୁଃଖ ଅଟେ ସତେ
ତାକୁ ଆଦର ନକର
କର୍ମକୁ ଆଦରି ଜୀବନ ପଥରେ
ଶ୍ରମକୁ ସାର୍ଥକ କର
ଆଜିର କାର୍ଯ୍ୟକୁ ଏବେ କର ସାଥି
ସେଥିରେ ନକର ହେଳା
ହେଳା କରିଗଲେ ବେଳ ଗଡିଯିବ
ବୁଡିଯିବ ତୁମ ଭେଳା
ପଥ ବହୁଦୂର ଚାଲିବାକୁ ହେବ
ତିଳେ ନହୁଅ କାତର
ପରିଶ୍ରମ ସଦା ସଫଳତା ଦିଏ
ଆଳସ୍ୟକୁ ଦୂର କର
ଝିଣ୍ଟିକା ଟି ଅଟେ ଅଳସୁଆ ବୋଲି
ସଦା ପାଇଥାଏ ଦୁଃଖ
ନିଜ ଜୀବନକୁ ସୁଧାରିବା ପାଇଁ
ପିମ୍ପୁଡ଼ି ଠୁ କିଛି ଶିଖ
ବେଳ ଥାଉ ଥାଉ ଜାଗରତ ହୁଅ
ସମୟ ନକର ନଷ୍ଟ
ସମୟର ମୂଲ୍ୟ ରଖି ନଜାଣିଲେ
ପଥ ହୋଇଯିବ ଭ୍ରଷ୍ଟ
ସାବଧାନ ହୁଅ ସଚେତନ ରୁହ
ଆଳସ୍ୟକୁ କର ନାଶ
ଦ୍ରୁଢ ମନୋବଳେ କର୍ମ କରିଚାଲ
ଦିନେ ହୋଇବ ଆଦର୍ଶ
ଆସ ମୋର ସାଥି ହୋଇବା ଏକାଠି
ଶପଥ ଯେ ଆମେ ନେବା
ଆଳସ୍ୟ ନକରି ପରିଶ୍ରମ ବଳେ
ଦୁନିଆକୁ ଜିଣି ଯିବା
No comments:
Post a Comment