ଅସୀମ ସଂସାରେ ସସୀମ ନହୁଅ
ହୃଦୟେ ରଖ ସାହସ
ବିଜୟୀ ହୋଇବ ବାନା ଉଡାଇବ
କରିଣ ନିତ୍ୟ ପ୍ରୟାସ
ଆଧୁନିକ ଆମ ସମାଜ ହୋଇଲା
ଉନ୍ନତ ହେଲା ବିଜ୍ଞାନ
ପ୍ରୟାସର ବଳେ ସଫଳ ହୋଇଲା
ଚନ୍ଦ୍ରାୟଣ ଅଭିଯାନ
କୁନି ଶାବକଟେ ଖଣ୍ଡି ଉଡାଦିଏ
ଜାରି ରଖିଣ ଅଭ୍ୟାସ
ମୁକ୍ତ ଆକାଶର ବିହଙ୍ଗ ସାଜେ ସେ
ରଖିଣ ଆତ୍ମବିଶ୍ବାସ
ଏକଲବ୍ୟ ଦିନେ ବିଦ୍ୟାଶିକ୍ଷା କଲା
ପାଶେ ରଖି ଗୁରୁ ମୂର୍ତ୍ତି
ବିନା ଗୁରୁରେ ସେ ସଫଳ ହୋଇଲା
ରଖିଗଲା କେତେ କିର୍ତ୍ତୀ
ବାର ବରଷର ଧନ୍ୟ ସେ ଧରମା
ଉଦ୍ଧାରିଲା କେତେ ପ୍ରାଣ
ପ୍ରଚେଷ୍ଟାର ବଳେ ମୁଣ୍ଡି ମାରିଗଲା
କରିଲା ବାର୍ତ୍ତା ପ୍ରେରଣ
ନିଶ୍ଚିତ ହୃଦୟେ ଯେ କରେ ପ୍ରୟାସ
ଶ୍ରମଟି ନଯାଏ ବ୍ୟର୍ଥ
ବିନା ପ୍ରୟାସରେ ହାରିଗଲା ଯିଏ
ସେ କି ଜାଣେ ୟାର ଅର୍ଥ
ପ୍ରୟାସ ଯେ କରେ କେବେ ସେ ନ ହାରେ
ବାରମ୍ବାର ପଡି ଉଠେ
ଜୀବନର ଦୀପ ଜଳୁଥିବା ଯାଏ
ଥାଏ ସଦା କର୍ମ ପଥେ
ଖସିବ ଉଠିବ ହାରିବ ଜିତିବ
ନକରିବ ତିଳେ ଭୟ
ସଫଳତା ଶିଖେ ବିରାଜିତ ହେବ
ରଖିଥାଅ ଭାଇ ଥୟ
ଉତ୍ତେଜିତ ହୁଅ ହେ ସଭ୍ୟ ସମାଜ
ଗାଅ ସଂଘର୍ଷର ଗାନ
ଇଛାଶକ୍ତି ବଳେ ଜଗତ ଲଭିବ
ଦିନେ ହୋଇବ ମହାନ
ଜୀବନ ନାଆର ସାଜ ହେ ନାଉରି
ହୋଇବ ଦରିଆ ପାରି
ଶାସ୍ତ୍ରରେ ବର୍ଣ୍ଣିତ ବାରତା ପ୍ରେରିତ
ପଙ୍ଗୁ ଲଙ୍ଘୟତେ ଗିରି
କଣ୍ଟକିତ ପଥ ରହିଛି ଅନାଇ
ଦେଖ ସଫଳତା ଦିଗେ
ଖରା ବରଷାକୁ ଖାତିର ନକରି
ଚାଲ ସାଥି ସଦା ଆଗେ
ହୃଦୟେ ରଖ ସାହସ
ବିଜୟୀ ହୋଇବ ବାନା ଉଡାଇବ
କରିଣ ନିତ୍ୟ ପ୍ରୟାସ
ଆଧୁନିକ ଆମ ସମାଜ ହୋଇଲା
ଉନ୍ନତ ହେଲା ବିଜ୍ଞାନ
ପ୍ରୟାସର ବଳେ ସଫଳ ହୋଇଲା
ଚନ୍ଦ୍ରାୟଣ ଅଭିଯାନ
କୁନି ଶାବକଟେ ଖଣ୍ଡି ଉଡାଦିଏ
ଜାରି ରଖିଣ ଅଭ୍ୟାସ
ମୁକ୍ତ ଆକାଶର ବିହଙ୍ଗ ସାଜେ ସେ
ରଖିଣ ଆତ୍ମବିଶ୍ବାସ
ଏକଲବ୍ୟ ଦିନେ ବିଦ୍ୟାଶିକ୍ଷା କଲା
ପାଶେ ରଖି ଗୁରୁ ମୂର୍ତ୍ତି
ବିନା ଗୁରୁରେ ସେ ସଫଳ ହୋଇଲା
ରଖିଗଲା କେତେ କିର୍ତ୍ତୀ
ବାର ବରଷର ଧନ୍ୟ ସେ ଧରମା
ଉଦ୍ଧାରିଲା କେତେ ପ୍ରାଣ
ପ୍ରଚେଷ୍ଟାର ବଳେ ମୁଣ୍ଡି ମାରିଗଲା
କରିଲା ବାର୍ତ୍ତା ପ୍ରେରଣ
ନିଶ୍ଚିତ ହୃଦୟେ ଯେ କରେ ପ୍ରୟାସ
ଶ୍ରମଟି ନଯାଏ ବ୍ୟର୍ଥ
ବିନା ପ୍ରୟାସରେ ହାରିଗଲା ଯିଏ
ସେ କି ଜାଣେ ୟାର ଅର୍ଥ
ପ୍ରୟାସ ଯେ କରେ କେବେ ସେ ନ ହାରେ
ବାରମ୍ବାର ପଡି ଉଠେ
ଜୀବନର ଦୀପ ଜଳୁଥିବା ଯାଏ
ଥାଏ ସଦା କର୍ମ ପଥେ
ଖସିବ ଉଠିବ ହାରିବ ଜିତିବ
ନକରିବ ତିଳେ ଭୟ
ସଫଳତା ଶିଖେ ବିରାଜିତ ହେବ
ରଖିଥାଅ ଭାଇ ଥୟ
ଉତ୍ତେଜିତ ହୁଅ ହେ ସଭ୍ୟ ସମାଜ
ଗାଅ ସଂଘର୍ଷର ଗାନ
ଇଛାଶକ୍ତି ବଳେ ଜଗତ ଲଭିବ
ଦିନେ ହୋଇବ ମହାନ
ଜୀବନ ନାଆର ସାଜ ହେ ନାଉରି
ହୋଇବ ଦରିଆ ପାରି
ଶାସ୍ତ୍ରରେ ବର୍ଣ୍ଣିତ ବାରତା ପ୍ରେରିତ
ପଙ୍ଗୁ ଲଙ୍ଘୟତେ ଗିରି
କଣ୍ଟକିତ ପଥ ରହିଛି ଅନାଇ
ଦେଖ ସଫଳତା ଦିଗେ
ଖରା ବରଷାକୁ ଖାତିର ନକରି
ଚାଲ ସାଥି ସଦା ଆଗେ
No comments:
Post a Comment