ନିଦାଘର ତାତି ପଥିକର କ୍ଲାନ୍ତି
ସାଥି ସାଜେ ବୃକ୍ଷମୂଳ
ଜୀବଜଗତକୁ ସଜାଇ ରଖେ ସେ
ସାକ୍ଷୀ ଅଛି ଏଇ କାଳ
ନିଜ ସ୍ୱାର୍ଥ ଡୋରେ ବନ୍ଧା ନହୁଅ ରେ
ସ୍ୱାର୍ଥ କୁ କର ଅନ୍ତର
ସମାଜ ସେବାରେ ସମୟ ଦେବାରେ
ସମସ୍ତଙ୍କୁ ଏକ କର
ସୀମାନ୍ତ ରେଖାରେ ଜଗି ରହିଥାନ୍ତି
ଧନ୍ୟ ସେ ବୀର ଯବାନ
ନିଜ ଜୀବନକୁ ସମର୍ପିତ କରି
ଦେଇଥାନ୍ତି ବଳିଦାନ
ପୁଷ୍ପ ପାଖୁଡାଟି ମହକ ବିତରେ
ମୁଖରେ ଫୁଟାଏ ହସ
ଦୁଃଖୀ ବଦନରେ ଖୁସି ବୁଣିଦିଅ
ହୃଦୟେ ଭର ହରଷ
ଗ୍ରାମର ଉନ୍ନତି ଆମରି ଶକତି
ଏ ମାଟି ଆମରି ବଳ
ବିକାଶ ଧାରାରେ ଆଗେଇ ନେବାରେ
ଆମ ଗାଁ ହେବ ଉଜ୍ୱଳ
ଉତ୍କଳର ମଣି ହୃଦ ନେଲେ ଜିଣି
ମାଟିର ସୁଯୋଗ୍ୟ ସୂତ
ନିଜ ଜୀବନକୁ ସମାଜ ସେବାରେ
କରିଲେ ଉତ୍ସର୍ଗୀକୃତ
ଫେରାଇ ଆଣିବା ସୁସ୍ଥ ପରିବେଶ
ହସ୍ତ କର ନିୟୋଜିତ
ହସ୍ତେ ପ୍ରକୃତିର ଅଶ୍ରୁ ପୋଛିଦେବା
ଗଢିବା ସ୍ୱଚ୍ଛ ଭାରତ
ଲେଖନୀ ମୂନରେ ତୋଳୁଛି କବିତା
କବିତ୍ଵ ମୋ ଭବିଷ୍ୟତ
ପାଦ ବଢ଼ାଇଛି କବିତାର ପଥେ
ଏ ଜୀବନ ସମର୍ପିତ
ସାଥି ସାଜେ ବୃକ୍ଷମୂଳ
ଜୀବଜଗତକୁ ସଜାଇ ରଖେ ସେ
ସାକ୍ଷୀ ଅଛି ଏଇ କାଳ
ନିଜ ସ୍ୱାର୍ଥ ଡୋରେ ବନ୍ଧା ନହୁଅ ରେ
ସ୍ୱାର୍ଥ କୁ କର ଅନ୍ତର
ସମାଜ ସେବାରେ ସମୟ ଦେବାରେ
ସମସ୍ତଙ୍କୁ ଏକ କର
ସୀମାନ୍ତ ରେଖାରେ ଜଗି ରହିଥାନ୍ତି
ଧନ୍ୟ ସେ ବୀର ଯବାନ
ନିଜ ଜୀବନକୁ ସମର୍ପିତ କରି
ଦେଇଥାନ୍ତି ବଳିଦାନ
ପୁଷ୍ପ ପାଖୁଡାଟି ମହକ ବିତରେ
ମୁଖରେ ଫୁଟାଏ ହସ
ଦୁଃଖୀ ବଦନରେ ଖୁସି ବୁଣିଦିଅ
ହୃଦୟେ ଭର ହରଷ
ଗ୍ରାମର ଉନ୍ନତି ଆମରି ଶକତି
ଏ ମାଟି ଆମରି ବଳ
ବିକାଶ ଧାରାରେ ଆଗେଇ ନେବାରେ
ଆମ ଗାଁ ହେବ ଉଜ୍ୱଳ
ଉତ୍କଳର ମଣି ହୃଦ ନେଲେ ଜିଣି
ମାଟିର ସୁଯୋଗ୍ୟ ସୂତ
ନିଜ ଜୀବନକୁ ସମାଜ ସେବାରେ
କରିଲେ ଉତ୍ସର୍ଗୀକୃତ
ଫେରାଇ ଆଣିବା ସୁସ୍ଥ ପରିବେଶ
ହସ୍ତ କର ନିୟୋଜିତ
ହସ୍ତେ ପ୍ରକୃତିର ଅଶ୍ରୁ ପୋଛିଦେବା
ଗଢିବା ସ୍ୱଚ୍ଛ ଭାରତ
ଲେଖନୀ ମୂନରେ ତୋଳୁଛି କବିତା
କବିତ୍ଵ ମୋ ଭବିଷ୍ୟତ
ପାଦ ବଢ଼ାଇଛି କବିତାର ପଥେ
ଏ ଜୀବନ ସମର୍ପିତ
No comments:
Post a Comment